ସ୍ୱେଚ୍ଛାସେବୀ ସଂଗଠନଗୁଡିକର ଭୂମିକା

ଏହି ଘରୋଇ-ସର୍ବଜନିକ ସହଭାଗିତା (ପିପିପି)(PPP)  କାର୍ଯ୍ୟକ୍ରମର ଗୁଣବତ୍ତା ବୃଦ୍ଧି ଓ ଲୋକପିୟତା ବଢାଇବାରେ ବେଶ୍ ସହାୟତା କରୁଛି। ଏନଜିଓକୁ  ସହଭାଗିତା ପାଇଁ ଚୟନ କଲା ବେଳେ ସରକାରଙ୍କୁ ଅନେକ ଦିଗରୁ ବିଚାର କରିବାକୁ ପଡିଥାଏ। ଏହି ସଂସ୍ଥା ନିଶ୍ଚିତ ଭାବେ ସ୍ୱଚ୍ଛ ଏବଂ ଏହାର ସଚ୍ଚୋଟତା ପ୍ରମାଣିତ ହୋଇଥବା ଆବଶ୍ୟକ। ନିମ୍ନରେ ଏନଜିଓ ପସନ୍ଦ ପାଇଁ NP-NSPE 2004 ସର୍ତ୍ତ ପ୍ରଦତ୍ତ କରାଗଲା:

ଏନଜିଓ ବା ବେସରକାରୀ ସଂସ୍ଥା ମଧ୍ୟାହ୍ନ ଭୋଜନ ଯୋଜନାକୁ କାର୍ଯ୍ୟକାରୀ କରିବା ଓ ଏହାର ବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ମଧ୍ୟାହ୍ନ ଭୋଜନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ Akshaya Patra ଫାଉଣ୍ଡେସନ ଭଳି ଏନଜିଓ ସହ ହାତ ମିଳାଇଛନ୍ତି, ଉଦେଶ୍ୟ ହେଉଛି ପିଲାସଂଖ୍ୟା ବୃଦ୍ଧି କରିବା। ଏହିପରି ଭାବେ ଅନେକ ଏନଜିଓ କ୍ଷୁଧା ଓ କୁପୋଷଣ ଦୂରୀକରଣ ଦିଗରେ କାମ କରୁଛନ୍ତି।

ଦେଖିବା ପାଇଁ ଲିଙ୍କ୍‍:

 
  • ଗୋଟିଏ ଏନଜିଓ ଚୟନ ପାଇଁ NP-NSPE 2004 ସର୍ତ୍ତ
  • ଏହି ସ୍ୱେଚ୍ଛାବେସୀ ସଂଗଠନ ଜାତି, ଧର୍ମ କିମ୍ବା ମତ ମଧ୍ୟରେ କୌଣସି ଭେଦଭାବ ଦେଖୁନଥବ ଏବଂ କୌଣସି ଧାର୍ମିକ କାଯ୍ୟକ୍ରମରେ ସଂପୃକ୍ତ ରହି ଏହାର ପ୍ରଚାର କରୁନଥବ।।
  • ଏହି ସ୍ୱେଚ୍ଛାସେବୀ ସଂସ୍ଥାର ଏକ ବଡି ରହିଥବା ଆବଶ୍ୟକ ଓ ଏହା ସୋସାଇଟ୍ ରେଜିଷ୍ଟ୍ରେସନ ଆକ୍ଟ କିମ୍ବା ପବ୍ଲିକ ଟ୍ରଷ୍ଟ ଆକ୍ଟ ଅନୁଯାୟୀ ଅନୁବନ୍ଧିତ ହୋଇ ଦୁଇ ବର୍ଷ କାର୍ଯ୍ୟ କରିଥବା ଆବଶ୍ୟକ।
  • ବିନା କୌଣସି ଲାଭାରେ ଦାୟିତ୍ୱ ନିର୍ବାହ କରିବାକୁ ପ୍ରତିଶୃତିବଦ୍ଧ ହୋଇଥବ
  • ରାଜ୍ୟ ସରକାରଙ୍କ ନୀତି ନିୟମ ମଧ୍ୟରେ ରହି ପଞ୍ଚାୟତିରାଜ ସଂସ୍ଥା ଓ ପୌରପାଳିକା ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ ଥବ।
  • ଆବଶ୍ୟକତା ଅନୁଯାୟୀ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବାକୁ ଆର୍ଥିକ ଓ ଅନ୍ୟାନ୍ୟ ଅନୁସଙ୍ଗିକ ସାମର୍ଥ୍ୟ ଥବା ଆବଶ୍ୟକ।
  • ସଂସ୍ଥା ପକ୍ଷରୁ ଗଠନ କରାଯାଇଥବା ବଡିରେ କିଏ କେଉଁ କାର୍ଯ୍ୟ ବା ଦାୟିତ୍ୱ ନିର୍ବାହ କରୁଛନ୍ତି ତା’ର କପି ସହ ବାର୍ଷିକ ଅଡିଟ ରିପୋର୍ଟ ଓ ରାଜ୍ୟ ସରକାରଙ୍କ ଠାରୁ ମିଳିଥବା ଅର୍ଥିକ କିମ୍ବା ଅନ୍ୟାନ୍ୟ ଅନୁଦାନ ପାଣ୍ଠିର ଅଡିଟ ଷ୍ଟେଟମେଣ୍ଟ ଯାହା ଜଣେ ଅନୁମୋଦିତ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଦ୍ୱାରା ପ୍ରମାଣିତ ହୋଇଥବା ଆବଶ୍ୟକ, ସେସବୁ ଦେବାକୁ ପଡିବ।

 

 

ଖାଦ୍ୟଶସ୍ୟ ଅନୁମୋଦ ଠାରୁ ଖାଦ୍ୟ ରାନ୍ଧିବା ପର୍ଯ୍ୟନ୍ତ

ଗୋଟିଏ ଏନଜିଓ ଚୟନ ହେବାପରେ ପାକଶାଳା ପ୍ରସ୍ତୁତ, ପ୍ରତିଦିନର ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟକଳାପ ଓ ଖର୍ଚ୍ଚ ପରିଚାଳନା ଉପରେ ଧାନଦେବ।   NP-NSPE, 2004 ନିୟମାବଳୀ ଅନୁଯାୟୀ:

ସହରାଞ୍ଚଳରେ ସ୍କୁଲଗୁଡିକୁ ନେଇ ଏକ ଉପଯୁକ୍ତ ସ୍ଥାନ ଯେଉଁଠି ଏକ କେନ୍ଦ୍ରୀଭୂତ ପାକଶାଳା ତିଆରି ସମ୍ଭବ ସେଠାରେ ଗରମ ଖାଦ୍ୟ ପ୍ରସ୍ତୁତ କରି ଏହାକୁ ସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଏକ ବିଶ୍ୱସ୍ଥ ପରିବହନ ବ୍ୟବସ୍ଥା ମାଧ୍ୟମରେ ବିଭିନ୍ନ ସ୍କୁଲକୁ ପଠାଯାଇପାରିବ। ଏହି ସଂସ୍ଥା ଦାୟିତ୍ୱରେ ଥିବା ସ୍କଲ ସଂଖ୍ୟା ଆଧାରରେ ଗୋଟିଏ କିମ୍ବା ତାଠାରୁ ପାକଶାଳା ହୋଇପାରେ।

ଏହି ଯୋଜନାକୁ ପ୍ରଭାବୀ ଢ଼ଙ୍ଗରେ ଓ ସାମର୍ଥ୍ୟର ସହ କାର୍ଯ୍ୟକାରୀ କରିବା ପାଇଁ ଏକ ଏନଜିଓ ପାଖରେ ସଠିକ ଉପକରଣ ଥିବା ଆବଶ୍ୟକ। ଆବଶ୍ୟକତା ଅନୁଯାୟୀ ମଧ୍ୟାହ୍ନଭୋଜନ ଯୋଗାଇ ଦେବାକୁ ଏହି ସଂସ୍ଥା ନିକଟରେ ଆର୍ଥିକ ଓ ଆନୁସଙ୍ଗିକ ସାମର୍ଥ୍ୟ ଥିବା ଜରୁରୀ।

ଏହାକୁ କିପରି ପ୍ରାପ୍ତ କରାଯାଇପାରିବ ସେଥିପାଇଁ ସରକାର ଏକ ସମାଧାନର ସୂତ୍ର ଯୋଗାଇ ଦେଇଛନ୍ତି। ମାନବ ସମ୍ବଳ ବିଭାଗ ମନ୍‌ରଣାଳୟ ଅନୁଯାୟୀ:

ଏନଜିଓମାନଙ୍କ ସହାୟତାରେ ଯୋଗ୍ୟ ସ୍କୁଲକୁ ଆବଶ୍ୟକତା ଅନୁଯାୟୀ ରନ୍ଧା କିମ୍ବା ସୁଖିଲା ଖାଦ୍ୟ ଯୋଗାଇ ଦିଆଯାଇ ଏହି ଯୋଜନା କିପରି କାର୍ଯ୍ୟକାରୀ ହେବ ତାହାର ସମ୍ପୂର୍ଣ୍ଣ ଦାୟିତ୍ୱ ରା୍ଜ୍ୟ ସରକାରଙ୍କର। କଞ୍ଚା ଖାଦ୍ୟ ଶସ୍ୟକୁ ଭୋଜନ ଉପଯୋଗୀ କରିବା ପାଇଁ ରାଜ୍ୟ ସରକାର କିମ୍ବା ସଂପୃକ୍ତ ଏନଜିଓ ସେମାନଙ୍କ ସମ୍ବଳ ବ୍ୟବହାର କରିବେ। ”

  • ଏହି ମାର୍ଗଦର୍ଶନ, ସଂଲଗ୍ନୀକରଣ IX ର ପାରା 7ରେ ରହିଛି

ଏହି ସମାଧାନ ପନ୍ଥା Akshaya Patra ଭଳି ସଂସ୍ଥାଙ୍କୁ ସାରା ଦେଶରେ 80 ମିଲିୟନ (8 କୋଟି) ଟଙ୍କା ବ୍ୟୟରେ ବିଶାଳ ଭିତ୍ତିଭୂମିରେ ସରକାରୀ ନିୟମ ଅନୁଯାୟୀ ଯୋଜନା ପରିଚାଳନା କରିବାକୁ ସୁଯୋଗ ଦେଇଛି। ଯୋଜନା କାର୍ଯ୍ୟକାରୀ କରିବାରେ ହେଉଥିବା କ୍ଷତି ଭରଣା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଏହା ଏନଜିଓମାନଙ୍କୁ ଏକ ମାଧ୍ୟମ ଯୋଗାଇଛି।

2008-2009 କାର୍ଯ୍ୟକ୍ରମ ସ୍ଥିତିକୃତ ବୋର୍ଡ ବୈଠକରେ ଏହା କୁହାଯାଇଛି ଯେ, “ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଯଥା ରୋଷେୟାଙ୍କ ବେତନ, ରୋଷେଇ ସରଞ୍ଜାମ, ପରିବହନ ଆଦି ଖର୍ଚ୍ଚ ଏନଜିଓମାନେ ବହନ କରିବେ”।

ପାଣ୍ଠି ସଂଗ୍ରହ ପାଇଁ ମଧ୍ୟ ସରକାର ବ୍ୟବସ୍ଥା ରଖିଛନ୍ତି। ଉଦାହରଣ ସ୍ୱରୂପ 2003ରେ ତତ୍କାଳୀନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି (ସାମାଜିକ ଓ ଆର୍ଥିକ ମଙ୍ଗଳ ସୁରକ୍ଷା ପାଇଁ ଜାତୀୟ କମିଟି, ଭାରତ ସରକାରଙ୍କ ରାଜସ୍ୱ ବିଭାଗ, ଅର୍ଥ ମନ୍ତ୍ରଣାଳୟ) Akshaya Patraକୁ ଏକ ଉପଯୁକ୍ତ ପ୍ରକଳ୍ପ ଭାବେ ଗ୍ରହଣ କରିବା ସହିତ ଅନୁଦାନ ଆକାରରେ 100% କର ରିହାତି ଆକାରରେ 3 ବର୍ଷ ମଧ୍ୟରେ ଅନୁଦାନକାରୀଙ୍କଠାରୁ 220 ନିୟୁତ  (22କୋଟି) ଟଙ୍କା ସଂଗ୍ରହ କରିପାରିବେ ବୋଲି ସୁପାରିଶ କରିଥିଲେ।

2006ରେ କମିଟି Akshaya Patraର କାର୍ଯ୍ୟକ୍ରମକୁ ପୁଣି ସମୀକ୍ଷା କରିବା ସହ କର ରିହାତି ଅନୁଦାନ ରାଶିକୁ 1,000 ମିଲିୟନ (100 କୋଟି) ଟଙ୍କାକୁ ବୃଦ୍ଧି କରିଥିଲା। 2009ରେ ଅନ୍ୟ ଏକ ସମୀକ୍ଷା ବେଳେ ଏହି ପରିମାଣକୁ 2,000 ମିଲିୟନ (200 କୋଟି)କୁ ଆଉ ଥରେ ବୃଦ୍ଧି କରାଯାଇଥିଲା। ଏହାର ସମୟସୀମା ମଧ୍ୟ ରହିଥିଲା 3 ବର୍ଷ।

ସଂସ୍ଥାର ଟ୍ରଷ୍ଟଡିଡ ଭଲ ଭାବେ ଯାଞ୍ଚ କରି ସରକାର ପାଣ୍ଠି ସଂଗ୍ରହ ପାଇଁ ଅନୁମତି ଦେଇଥିଲେ।

Akshaya Patraର ଟ୍ରଷ୍ଟ ଡିଡ ଅନୁଯାୟୀ:

8.xi ସାରା ବିଶ୍ୱର କର୍ପୋରେଟ ସେକ୍ଟର ଓ ଦାତବ୍ୟ ଅନୁଷ୍ଠାନଠାରୁ ଏହା ଉପହାର, ଅନୁଦାନ କିମ୍ବା ବ୍ୟକ୍ତିଗତ ଅବଦାନ ଗ୍ରହଣ କରିପାରିବ ଯେତେଦୂର ପର୍ଯ୍ୟନ୍ତ ଟ୍ରଷ୍ଟର ଲକ୍ଷ୍ୟପଥରୁ ଦୂରେଇ ଯାଇ ନଥିବେ।

ଏନଜିଓମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ନିଷ୍ପତ୍ତି ନେବା ପଛରେ ସରକାରଙ୍କର ମୁଖ୍ୟତଃ ଦୁଇଟି ଉଦ୍ଦେଶ୍ୟ ରହିଛି। ଏପରି କରି ନା କେବଳ ଯୋଜନାର ମାନରେ ଉନ୍ନତି ଅଣାଯାଇପାରିବ ବରଂ ଏହାଦ୍ୱାରା ଗୋଷ୍ଠୀସହଭାଗିତା ମଧ୍ୟ ବୃଦ୍ଧି ପାଇବ। ଏନପି-ଏନଏସପିଇ (NP-NSPE) ନିଦ୍ଦେର୍ଶନାମା 2004 ଅନୁଯାୟୀ ଏହି ପ୍ରକ୍ରିୟା ଏପରି ସ୍ଥାନରେ ହେବା ଉଚିତ୍ ଯେଉଁଠି ଗୋଷ୍ଠୀ ସହଭାଗିତା ଅଧିକ ସୁନିଶ୍ଚିତ ହୋଇପାରିବ। ତେବେ ଯାଇ ମଧ୍ୟାହ୍ନ ଭୋଜନ ଯୋଜନା ଲୋକଙ୍କ ଯୋଜନା ଭାବେ ପରିଗଣିତ ହୋଇପାରିବ।

ସ୍ୱେଚ୍ଛାସେବୀ ସଂଗଠନଗୁଡିକ ସକ୍ରିୟ ଭାବରେ ଶ୍ରମଦାନ କରିବା ଓ ପାଣ୍ଠି ସଂଗ୍ରହ କରିବା ମାଧ୍ୟମରେ ଗୋଷ୍ଠୀଗତ ସହଭାଗିତାକୁ ପ୍ରୋତ୍ସାହିତ କରୁଛନ୍ତି। ସେମାନେ ସମାଜର ସମସ୍ତ ସ୍ତରରେ ଜଡିତ ହେଉଛନ୍ତି ଏବଂ ସରକାରଙ୍କୁ ମଧ୍ୟାହ୍ନ ଭୋଜନ ଯୋଜନାକୁ ଏକ ‘ଲୋକମାନଙ୍କର ଯୋଜନା ଭାବରେ ପରିଗଣିତ କରିବାକୁ ସାହାଯ୍ୟ କରୁଛନ୍ତି’।

ଏହାକୁ ସ୍ୱଚ୍ଛ ରଖିବାକୁ

ଘରୋଇ-ସାର୍ବଜନୀନ ସହଭାଗିତାରେ କାର୍ଯ୍ୟ ପରିଚାଳନା କ୍ଷେତ୍ରରେ ସ୍ୱଚ୍ଛତା କିପରି ଅଣାଯାଇପାରିବ ବର୍ତ୍ତମାନ ସେ ପ୍ରଶ୍ନ ଉଠିପାରେ। ଏକ ଜାତୀୟ ସ୍ତରର କାର୍ଯ୍ୟ ସଞ୍ଚାଳନ ଓ ତତ୍ତ୍ୱାବଧାନ କମିଟି (NSMC) ଏହି ଯୋଜନାର ପରିଚାଳନା ଏବଂ କାର୍ଯ୍ୟନ୍ବୟନ ଉପରେ ନଜର ରଖିଛି। ଏନପି-ଏଏସପିଇ (NP-NSPE) 2004 ରେ କମିଟିର କାର୍ଯ୍ୟାଧାରା ବର୍ଣ୍ଣନା କରାଯାଇଛି, ତାହା ହେଉଛି:

  • ‘ଗୋଷ୍ଠୀ ସମର୍ଥନ ଯୋଗାଡ କରିବା ଏବଂ କାର୍ଯ୍ୟକ୍ରମ ପାଇଁ ଘରୋଇ ସାର୍ବଜନିନ ସହଭାଗିତାକୁ ପ୍ରୋତ୍ସାହନ ଦେବା’

  • ‘କାର୍ଯ୍ୟକ୍ରମ ପରିଚାଳନା ଉପରେ ନଜର ରଖିବା, ଏହାର ପ୍ରଭାବ ଆକାଳନ କରିବା ଏବଂ ଅଧିକ ଭଲ କରିବା ପାଇଁ ପଦକ୍ଷେପ ନେବା’

ଗ୍ରହଣୀୟତା ପାଇଁ ଏକ ସର୍ତ୍ତ ହେଉଛି ‘ ଯେଉଁ ବ୍ୟକ୍ତି ବିଶେଷ ସଂଘ କିମ୍ବା ସଂସ୍ଥା ଏହି କାର୍ଯ୍ୟ ପରିଚାଳନା ସହ ସଂପୃକ୍ତ ସେମାନଙ୍କ ଅଖଣ୍ଡତା ପ୍ରମାଣିତ ହୋଇଥିବା ଆବଶ୍ୟକ (ଭାରତ ସରକାରଙ୍କ ସାମାଜିକ ଓ ଅର୍ଥନୈତିକ ମଙ୍ଗଳ ସୁରକ୍ଷା ପାଇଁ ଗଠିତ ଜାତୀୟ କମିଟି)। ଅନ୍ୟଟି ହେଉଛି ସଂଘ କିମ୍ବା ସଂସ୍ଥା ସେମାନଙ୍କ ପ୍ରାପ୍ତି ଏବଂ ବ୍ୟୟର ନିୟମିତ ହିସାବ ରଖିବେ। ନିୟମିତ ଭାବେ ସ୍ୱେଚ୍ଛାସେବୀ ସଂଗଠନ ଏହି ରିପୋର୍ଟ ପଇଠ କରିବେ।

ଫଳାଫଳ

ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀତାରେ ଅନେକ ଘରୋଇ ସଂସ୍ଥାର ସଂପୃକ୍ତି ଯୋଗୁଁ ଏହାର ପ୍ରଦର୍ଶନ ଫଳାଫଳ ଅଧିକ ଭଲ ହୋଇପାରିଛି।

  • ପାଖାପାଖି 120 ମିଲିୟନ (12 କୋଟି) ପିଲାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି, ଯାହା ସାରା ବିଶ୍ବାରେ ସ୍କୁଲ ମଧ୍ୟାହ୍ନ ଭୋଜନ ଯୋଜନାକୁ ସର୍ବବୃହତ୍ତର ମାନ୍ୟତା ଦେଇଛି। ସରକାରଙ୍କ ବହୁମୁଖୀ ଆଭିମୁଖ୍ୟ କାର୍ଯ୍ୟକାରିତାରେ ଏହାର ଫଳାଫଳ ଜବରଦସ୍ତ ହୋଇଛି।

  • ଏନଜିଓଭଳି ସଂଗଠନର ସମ୍ବଳକୁ ଉପଯୋଗ କରି ଏହି କାର୍ଯ୍ୟକ୍ରମକୁ ପରିଚାଳନା ପାଇଁ Akshaya Patra କୁ ଶାଖା ଭାବେ ବ୍ୟବହାର କରିବା ଏବଂ ସେମାନଙ୍କୁ ଯଥା ସମ୍ଭବ ଆତ୍ମନିର୍ଭରଶୀଳ କରିବାର ସୁଯୋଗ ଦେଇ ସରକାର ସାରା ସମାଜକୁ ଆମ ଦେଶର ଶିଶୁଙ୍କ ସହାୟତାରେ ସଂପୃକ୍ତ କରିଦେଇଛନ୍ତି। ଏହି ସଂସ୍ଥାକୁ ପାଣ୍ଠି ସଂଗ୍ରହ ଏବଂ ସ୍ୱେଚ୍ଛାସେବୀ ଭାବେ ଗୋଷ୍ଠୀ ସହଭାଗିତା ବୃଦ୍ଧିରେ ସହାୟକ ହେଉଛନ୍ତି।

  • ଘରୋଇ-ସାର୍ବଜନୀନ ସହଭାଗିତାର ଉତ୍ସାହ ଏହି ଯୋଜନାକୁ ସଫଳ କରିବାରେ ଅଧିକ ପ୍ରୋତ୍ସାହିତ କରୁଛି। ଏହି ସବୁ ସଂଗଠନର ସହାୟତା ଯୋଗୁଁ ସରକାର ଏହାକୁ ଅଧିକ ବ୍ୟାପକ କରିବାରେ ସକ୍ଷମ ହୋଇପାରିଛନ୍ତି।

  • ଏହି ଯୋଜନା ଅନେକ କ୍ଷେତ୍ରରେ ପିଲାଙ୍କ ଉପରେ ପ୍ରଭାବ ବିସ୍ତାର କରୁଛି। ଉପସ୍ଥାପନ ବୃଦ୍ଧି ପାଉଛି, ଶ୍ରେଣୀ ଗୃହ କ୍ଷୁଧା ଦୂର ହୋଇଛି, କୁପୋଷଣ ହ୍ରାସ ହୋଇଛି ଏବଂ ସବୁଶ୍ରେଣୀର ବା ଜାତିର ପିଲାଙ୍କ   ମଧ୍ୟରେ ସାମାଜିକ ଚଳନୀ ବୃଦ୍ଧି ପାଇଛି।

  • ଜାଗତିକ ମାନଦଣ୍ଡରେ ଭାରତ ସରକାର ଏହି ମିଲେନିୟମ ଗୋଲ ହାସଲ ପାଇଁ କଠିନ ପରିଶ୍ରମ କରୁଛନ୍ତି।

The Best Way to Make a Difference in the Lives of Others