Akshaya Patra — ଅନ୍ୟାନ୍ୟ ଉଦ୍ୟମଗୁଡିକ

ସ୍କୁଲଗୁଡିକରୁ ଅତ୍ୟନ୍ତ ଅନୁକୂଳ ମତାମତା ପାଇବା ପରେ; ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାରେ ମଧ୍ୟାହ୍ନ ଭୋଜନ ଯୋଜନା ଅଧିନରେ ଏବଂ ଆମର ଉଦାରମନା ଦାତାମାନଙ୍କର ବିଚାରବନ୍ତ ସହାୟତା ଆମକୁ ଗୋଟିଏ ସ୍ଥାନରେ 1,500 ପିଲାମାନଙ୍କଠାରୁ ଆରମ୍ଭ କରି ଏବେ ଭାରତର ୯ଟି ରାଜ୍ୟବ୍ୟାପୀ 20ଟି ସ୍ଥାନରେ 1.6 ନିୟୁତ ପିଲାଙ୍କ ନିକଟରେ ପହଞ୍ଚାଇ ପାରିଛି। ଏହି ଅନୁଷ୍ଠାନ 13 ବର୍ଷ ସମୟ ମଧ୍ୟରେ 9ଟି ସରକାରୀ ସ୍କୁଲରେ ଭୋଜନ ପ୍ରଦାନ କରିବାଠାରୁ ଆରମ୍ଭ ହୋଇ ଏବେ 10,000ରୁ ଅଧିକ ସରକାରୀ ବିଦ୍ୟାଳୟରେ ପିଲାମାନଙ୍କୁ ଖାଦ୍ୟ ପ୍ରଦାନ କରୁଅଛି।

ନିୟମିତ ମଧ୍ୟାହ୍ନ ଭୋଜନ  କାର୍ଯ୍ୟକ୍ରମ ସହିତ Akshaya Patra ମଧ୍ୟ ଅନ୍ୟ ଖାଦ୍ୟ ପ୍ରଦାନ ଉଦ୍ୟମ ଆରମ୍ଭ କରିଛି:

  • ଅଙ୍ଗନବାଡିରେ ଖାଦ୍ୟ ପ୍ରଦାନ

  • ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଖାଦ୍ୟ ଯୋଗାଣ

  • ସ୍ୱତନ୍ତ୍ର ବିଦ୍ୟାଳୟଗୁଡିକରେ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମଗୁଡିକ

  • ଆର୍ଥିକ ଅନଗ୍ରସରମାନଙ୍କ ପାଇଁ ରିହାତି ମୂଲ୍ୟରେ ମଧ୍ୟାହ୍ନ ଭୋଜନ

  • ଘରଛାଡି ଚାଲିଯାଇଥିବା ଶିଶୁମାନଙ୍କ ପାଇଁ ଖାଦ୍ୟ ପ୍ରଦାନ

  • ବୃଦ୍ଧାଶ୍ରମରେ ଖାଦ୍ୟ ପ୍ରଦାନ କାର୍ଯ୍ୟକ୍ରମ

  • ଅସହାୟମାନଙ୍କୁ ଖାଦ୍ୟ ପ୍ରଦାନ

  • ବିପର୍ଯ୍ୟୟ ସମୟରେ ସହାୟତା

ଉପରୋକ୍ତ ଉଦ୍ୟମ ସହିତ,  ଏହି ଅନୁଷ୍ଠାନ ମଧ୍ୟ ଅନ୍ୟାନ୍ୟ ସମାଜସେବା ମୂଳକ କାର୍ଯ୍ୟ ଆରମ୍ଭ କରିଛି:

  • ସ୍କୁଲ ଶିକ୍ଷାପରେ ଟ୍ୟୁସନ

  • ଧନ୍ଦାମୂଳକ କାର୍ଯ୍ୟକ୍ରମ

  • ଗୋଷ୍ଠୀଗତ ସ୍ୱାସ୍ଥ୍ୟ ଶିବିର

  • ମେଧାବୃତ୍ତି କାର୍ଯ୍ୟକ୍ରମ

  • ସ୍ୱାସ୍ଥ୍ୟ ଯାଞ୍ଚ ଶିବିର

Akshaya Patra2020 ସୁଦ୍ଧା 5 ନିୟୁତ ଶିଶୁଙ୍କୁ ଖାଦ୍ୟ ପ୍ରଦାନ କରିବାର ଲକ୍ଷ୍ୟ ପୂରଣ ଦିଗରେ ପ୍ରତିଶ୍ରୁତିବଦ୍ଧ।

ସ୍ଥିର ଭାବରେ ଉଦ୍ୟମ କରୁଅଛୁ ଏବଂ ଆମର କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଶିଶୁଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ପ୍ରୟାସ କରୁଛୁ ଏବଂ ଏହା ଦ୍ୱାରା ଆମର ଲକ୍ଷ୍ୟ “ଭାରତରେ କୌଣସି ଶିଶୁ କ୍ଷୁଧା କାରଣରୁ ଶିକ୍ଷାରୁ ବଞ୍ଚିତ ହେବେନାହିଁ” ହାସଲ ଦିଗରେ ଅଗ୍ରସର ହେଉଛୁ। ଆମେ ନିଶ୍ଚିତ ଯେ, ଅଂଶୀଦାରମାନଙ୍କଠାରୁ ନିରନ୍ତର ସହାୟତା ସହିତ, ଆମ୍ଭେମାନେ ଭାରତରେ ଶ୍ରେଣୀ ଗୃହରେ କ୍ଷୁଧା ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବୁ।

The Best Way to Make a Difference in the Lives of Others