Akshaya Patra ର ପାକଶାଳା ଭିତ୍ତିଭୂମି

Akshaya Patra ପ୍ରତିଷ୍ଠାନ ଦେଶର 9ଟି ରାଜ୍ୟର 20ଟି ସ୍ଥାନରେ କାର୍ଯ୍ୟ କରୁଛି

କେନ୍ଦ୍ରୀକୃତ ପାକଶାଳା କହିଲେ ଏହା ହେଉଛି ବିଶାଳ କିଚେନ ୟୁନିଟ୍, ଯେଉଥିରେ ସାଧାରଣତଃ 100,000 ମିଲ ପ୍ରସ୍ତୁତ ହୋଇପାରିବ। ୟୁନିଟ୍ ଚାରିପାଖରେ ଅବସ୍ଥିତ ସ୍କୁଲଗୁଡିକୁ ଏହି ପାକଶାଳରୁ ଖାଦ୍ୟ ଯୋଗାଇ ଦିଆଯାଏ। ସେଗୁଡିକ ସ୍ୱୟଂଚାଳିତ ହୋଇଥିବାର ଖାଦ୍ୟ ରନ୍ଧନ ପ୍ରକ୍ରିୟାରେ  ପରିଛନ୍ନତା ରକ୍ଷା ସୁନିଶ୍ଚିତ ହୋଇପାରୁଛି। ଅନ୍ୟ ପକ୍ଷରେ ଯେଉଁ ସ୍ଥାନରେ  ଭୌଗୋଳିକ ସ୍ଥିତି, ଗମନାଗମନ ବିଶାଳ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ସହାୟକ ହୁଏ ନାହିଁ। ସେପରିସ୍ଥିତିରେ ବିକେନ୍ଦ୍ରୀକରଣ ପାକଶାଳ ହେଉଛି ଆଦର୍ଶ ମାଧ୍ୟମ। ଏହି ପାକଶାଳାଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ମାନଙ୍କ ଦ୍ୱାରା Akshaya Patra ର ପାକଶାଳା ପ୍ରକ୍ରିୟା ଏବଂ କାର୍ଯ୍ୟଧାରା ମାଗଦର୍ଶନ ଓ ତତ୍ୱାବଧାନରେ ପରିଚାଳିତ ହୁଏ।

Akshaya Patra ପାକଶାଳାଗୁଡିକ 6 ସିଗମା ପ୍ରଣାଳୀ ଗ୍ରହଣ କରିଛନ୍ତି

କେନ୍ଦ୍ରୀଭୂତ ୟୁନିଟରେ ବଡି ଭୋରୁ ରୋଷେଇ ଆରମ୍ଭ ହୋଇଥାଏ। ସଂଗଠନ ଦ୍ୱାରା ପରିଚାଳିତ ସବୁ ପାକଶାଳା ଏବଂ ଅନୂସୁଚୀ ମେଳକୁ ପାଳନ କରନ୍ତି । ସମସ୍ତ କେନ୍ଦ୍ରୀଭୂତ ପାକଶାଳାଗୁଡିକରେ କଡେଇ, ଟ୍ରଲି, ଭାତ ଚଟୁ, ଡାଲି/ସମ୍ବର ଟ୍ୟାଙ୍କ, କାଟିବା ବୋର୍ଡ, ଛୁରୀ ଭଳି ଅନେକ ଉପକରଣ ରହିଥାଏ। ବ୍ରବହାର ପୂର୍ବରୁ ଏହାକୁ ଭଲ ଭାବେ ସଫଳ କରାଯାଏା ଉତ୍ତର ଭାରତ ପାକଶାଳାଗୁଡିକରେ ଭାରତ କଡେଇ ଏବଂ ଡାଲି କଡେଇ ରହିଥାଏ। ପ୍ରତି ଭାତ କଡେଇ କ୍ଷମତା ହେଉଛି ଅତି କମରେ 500 ଲିଟର, ଡାଲି କଡାଇର କ୍ଷମତାର 1,200 ଲିଟରରୁ 3,000 ଲିଟର ପର୍ଯ୍ୟନ୍ତ। ଉତ୍ତର ଭାରତ ଖାଦ୍ୟମେନୁରେ ରୁଟି ଏକ ମୁଖ୍ୟ ଅଂଶ ହୋଇଥିବାରୁ ଏଠାକାର ପାକଶାଳାରେ ରୁଚି ତିଆରି ମେସିନ ମଧ୍ୟ ରହିଛି। ଏହି ମେସିନ 6,000 କେଜି ଅଟାରୁ ପ୍ରାୟ 2,00,000 ରୁଟି ପ୍ରସ୍ତୁତ କରିବାର କ୍ଷମତା ରହିଛି।ଦକ୍ଷିଣ ଭାରତୀୟ ପାକଶାଳାଗୁଡିକରେ ଭାତ କଡେଇ ଓ ସମ୍ବର କଡେଇ ରହିଛି। ଏହି ଭାତ କଡେଇର କ୍ଷମତା ହେଉଛି 500 ଲିଟର, ସମ୍ବର କଡେଇର କ୍ଷମତା ହେଉଛି 1,200 ଲିଟରୁ 3,000 ଲିଟର। ଏ ସବୁ ପାତ୍ର ହେଉଛି ଷ୍ଟେନଲେସ ଷ୍ଟିଲର 304 ଖାଦ୍ୟ ଗ୍ରେଡ ସାମଗ୍ରୀ।

 

କଞ୍ଚାମାଲ ଗ୍ରହଣ ସମୟରେ ଗୁଣବତ୍ତା ଆଶ୍ୱାସନା

ଏସକ୍ୟୁଏମଏସ ପ୍ରକ୍ରିୟାର ଏକ ଉପ ପ୍ରକ୍ରିୟା ହେଉଛି ଯୋଗାଣକାରୀ ଚୟନ। ଯୋଗାଣକାରୀର ଯୋଗ୍ୟତା, ଯୋଗାଣକାରୀର ରେଟିଂ ଇତ୍ୟାଦି ଯାଞ୍ଚାରୁ ସଠିକ୍ ଏବଂ ଉତ୍ତମ ମାନର କଞ୍ଚାମାଲ ପ୍ରାପ୍ତ ହେଉଛି ବୋଲି ନିଶ୍ଚିତ ହେବାକୁ ପଡେ। ଆମର ଗୁଣପତ୍ତା ନିୟନ୍ତ୍ରଣ ପ୍ରକ୍ରିୟା ଏହା ନିଶ୍ଚିତ କରେ ଯେ କଞ୍ଚାମାଲ ବିଶେଷ ବିବରଣୀ ଅନୁଯାୟୀ ମାନ ଯାଞ୍ଚ ପରେ ଆବଶ୍ୟକତା ପୂରଣ ପାଇଁ ଯେଉଁ ମାଲ ସବୁ ଗ୍ରହଣ କରାଯାଉଛି ତାହା ସାଧାରଣତଃ ଖାଦ୍ୟ ନିରାପତ୍ତାମାନଙ୍କ ଧାରା 2006 (ଏଫଏସଏସଏ) (FSSA).ଦ୍ୱାରା କରାଯାଇଛି।

ମୂଳ ଜିନିଷଗୁଡିକ  ଗଚ୍ଛିତ ରଖିବା, ପରିଚାଳନା ଏବଂ ସଂରକ୍ଷଣ

ତାଜା ପନିପରିବାଗୁଡିକ ଦୈନିକ ଅଣାଯାଇଥାଏ। ସେଗୁଡିକ ଆଣିବା ପରେ, ଶ୍ରେଷ୍ଠ ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ପନିପରିବାଗୁଡିକୁ ବାଛି ସଜାଯାଇଥାଏ। ସବୁ ପନିପରିବାକୁ ପିଇବା ଯୋଗ୍ୟ ପାଣିରେ ଧୁଆଯାଇଥାଏ ଏବଂ କାଟିବା ପୂର୍ବରୁ ପରିଷ୍କାର କରାଯାଇଥାଏ। କଟାଯାଇଥିବା ପନିପରିବାଗୁଡିକ ଯାହାକି ରନ୍ଧନ ପାଇଁ ପ୍ରସ୍ତୁତ ହୋଇଥାଏ ତାହାର ସତେଜତା ବଜାୟ ରଖବା ପାଇଁ ଶୀତଳ ଭଣ୍ଡାର ବା କୋଲ ଷ୍ଟୋରେଜରେ ରଖାଯାଇଥାଏ। ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଚାଉଳ ଯୋଗାଇ ଦେଇଥାଆନ୍ତି। ରାନ୍ଧିବା ପୂର୍ବରୁ ଚାଉଳକୁ ମେସିନରେ ପରିଷ୍କାର କରାଯାଏ ଏବଂ ଧୋଇ ଦିଆଯାଏ। ସମସ୍ତ ବ୍ୟବହୃତ ମୂଳବସ୍ତୁ ତାଜା ରହିଛି ସୁନିଶ୍ଚିତ କରିବା ପାଇଁ ସମସ୍ତ ପାକଶାଳା ଏଫଆଇଏଫଓ (ପ୍ରଥମେ ଆସେ, ପ୍ରଥମେ ବାହାରକୁ ଯାଏ) ଏବଂ ଏଫଇଏଫ୍ଓ (ପ୍ରଥମେ ମିଆଦପୂର୍ଣ୍ଣ ହେଉଥିବା ପ୍ରଥମେ ବାହାରେ) ପଦ୍ଧତି ଉତ୍ପାଦନ ପାଇଁ ମୂଳବସ୍ତୁ ପ୍ରଦାନ ସମୟରେ ଅନୁସରଣ କରିଥାନ୍ତି।

ରାନ୍ଧିବା ସମୟରେ ଗୁଣବତ୍ତା ଓ ନିରାପତ୍ତା

ଏହା ଏହିପରି କରିବା ଦ୍ୱାରା ସମସ୍ତ ପାକଶାଳା ଉପଯୁକ୍ତ ଶୈଳୀରେ ସମସ୍ତ ମୂଳବସ୍ତୁ ସଠିକ ଭାବରେ ଚିହ୍ନିବା ପାଇଁ, ଗଚ୍ଛିତ ରଖିବା ଓ ବ୍ୟବହାର ପାଇଁ ଆହରଣ କରିବାକୁ ସମର୍ଥ ହୋଇଥାନ୍ତି।

Akshaya Patra ର ସମସ୍ତ ପାକଶାଳା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ଏକ ମାନାଙ୍କ ପ୍ରକ୍ରିୟା ଅନୁସରଣ କରିଥାନ୍ତି। ରନ୍ଧାଯାଇଥିବା ଖାଦ୍ୟର ପରିଚ୍ଛନତା ଓ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଏହି ପ୍ରକ୍ରିୟା ପ୍ରସ୍ତୁତ କରାଯାଇଛି ଏବଂ  ମଧ୍ୟ ଖାଦ୍ୟର ନିରାପତ୍ତା ମାନାଙ୍କ କଡାକଡି ଭାବରେ ପାଳନ କରିଥାଏ। ସମସ୍ତ ରନ୍ଧନ ଉପକରଣ ଯେପରିକି କଡେଇ, ଟ୍ରଲି, ଭାତ ଚଟୁ ଏବଂ ସମ୍ବର/ଡାଲି କୁଣ୍ଡ, କାଟିବା ବୋର୍ଡ ଛୁରୀ ଇଦ୍ୟାତି ରାନ୍ଧିବା ଆରମ୍ଭ କରିବା ପୂର୍ବରୁ ବାମ୍ଫ ବ୍ୟବହାର କରି ଜୀବାଣୁମୁକ୍ତ କରାଯାଇଥାଏା ପାକଶାଳାରେ ବ୍ୟବହୃତ ପାତ୍ରଗୁଡିକ ଷ୍ଟେନଲେଓ ଷ୍ଟିଲ 304 ଗ୍ରେଡର ହୋଇଥାଏ ଏବଂ ରନ୍ଧନ ଓ ଖାଦ୍ୟ ପରିଚାଳନା ପାଇଁ ଶ୍ରେଷ୍ଠ ।

ଏହି ବିକେନ୍ଦ୍ରୀକରଣ ହୋଇଥିବା ୟୁନିଟଗୁଡିକରେ ଆବଶ୍ୟକ ରନ୍ଧନ ଉପକରଣଗୁଡିକ ଯେପରି ରୁଟି ତାୱା, ଭାତ ଓ ଡାଲି ପାଇଁ ରନ୍ଧନ ପାତ୍ର ଓ ସ୍କୁଲକୁ ମଧ୍ୟାହ୍ନ ଭୋଜନ ନେବା ଆଣିବା କରିବା ପାଇଁ ବ୍ୟବହୃତ ପାତ୍ର ଇଦ୍ୟାଦି ରହିଥାଏ। ପରିଚ୍ଛନ୍ନତା ମାନାଙ୍କଗୁଡିକ ପୂରଣ କରାଯାଉଛି ସୁନିଶ୍ଚିତ କରିବା ପାଇଁ ବ୍ୟକ୍ତିଗତ ପରିଚ୍ଛନ୍ନତା ଏବଂ ଖାଦ୍ୟ ନିରାପତ୍ତା ତାଲିମ ନିୟମିତ ଭାବରେ ରୋଷେଇଘରର କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଥାଏ।

ସମସ୍ତ ପାକଶାଳାରେ ସୁତାଲିମ ପ୍ରାପ୍ତ ରାନ୍ଧୁଣିଆ ଏବଂ ଉତ୍ପାଦନ ସୁପରଭାଇଜର ରହିଛନ୍ତି ଯେଉମାନେ କି ଉତ୍ପାଦନ ପରିଚାଳନା ଓ ତ୍ୱାବଧାନ କରିଥାନ୍ତି। ଜଟିଳ ନିୟନ୍ତ୍ରଣ ବିନ୍ଦୁଗୁଡିକ (ସିସିପିଗୁଡିକ)(CCPs)  ଯେପରି ରନ୍ଧନ ତାପମାତ୍ରା ଯାଞ୍ଚ କରାଯାଇଥାଏ ଏବଂ ଭୋଜନର ସଠିକ ଗୁଣାବତ୍ତା ସୁନିଶ୍ଚିତ କରିବା ପାଇଁ ସାମୟିକ ବ୍ୟବଧାନରେ ଲିପିବଦ୍ଧ କରାଯାଇଥାଏ।

ଖାଦ୍ୟ ଗୁଣବତ୍ତା ବଜାୟ ରହିଛି ସୁନିଶ୍ଚିତ କରିବା ପାଇଁ, ପ୍ରତ୍ୟେକ ପାକଶାଳାରେ ଗୁଣବତ୍ତା ଅଧିକାରୀମାନଙ୍କ ଦ୍ୱାରା ଗୁଣବତ୍ତା ଯାଞ୍ଚ କରାଯାଇଥାଏ।

ଖାଦ୍ୟ ପ୍ୟାକିଂ ଏବଂ ପରିବହନ

ରନ୍ଧା ହୋଇଥିବା ଖାଦ୍ୟକୁ ବାମ୍ଫ ଦ୍ୱାରା ଜୀବାଣୁମୁକ୍ତ ହୋଇଥିବା ପାତ୍ରରେ ପ୍ୟାକ କରାଯାଇଥାଏ। ଆମ୍ଭେମାନେ ଖାଦ୍ୟ ପରିବହନ ପାଇଁ ସ୍ୱତନ୍ତ୍ର ଭାବରେ ପରିକଳ୍ପିତ ଓ ଚାହିଦାମୁତାବକ ପ୍ରସ୍ତୁତ ପରିବହନ ଯାନ ଓ  ଷ୍ଟେନଲେସ ଷ୍ଟିଲ୍ 304 ଗ୍ରେଡ ପାତ୍ର ଖାଦ୍ୟ ପ୍ୟାକ କରିବା ପାଇଁ ବ୍ୟବହାର କରିଥାଉ। ଏହି ଯାନରେ ତାପମାତ୍ରା ହାନୀ ହ୍ରାସ କରିବା ପାଇଁ ଏକ ପଫଡ ବଡି ବ୍ୟବହାର କରୁ ଓ ପାତ୍ରଗୁଡିକୁ ସିଧା ଭାବରେ ରଖିବା ପାଇଁ ଓ ଏହା ପିଲାମାନଙ୍କୁ ପରଷିମା ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଏକ ମହୁଫେଣା ପରି ଗଠନ ବ୍ୟବହାର କରିଥାଉ।

ପହଞ୍ଚାଇବା

ମାର୍ଗର ସର୍ବୋଚ୍ଚ ବ୍ୟବହାର ପାଇଁ ତର୍କସିଦ୍ଧ ଚାଟ ପ୍ରସ୍ତୁତି ପରି ପଦ୍ଧତି, ସୁରକ୍ଷା ଓ ଠିକ ସମୟରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବାକୁ  ଯାନର ସ୍ଥିତି ଜାଣିବା ପାଇଁ ଜିପିଆରଏସ ଟ୍ରାକ୍ ଧୀରେ ଧୀରେ ଗ୍ରହଣ କରାଯାଉଛି ଏବଂ ପାକଶାଳାଗୁଡିକରେ ପ୍ରୟୋଗ କରାଯାଉଛି।

ପହଞ୍ଚାଇବା ପରବର୍ତ୍ତୀ ପ୍ରକ୍ରିୟା

କ୍ରମାଗତ ଭାବରେ ଆହାରର ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ, ଆମେ ଦୈନିକ ଭୋଜନ ପହଞ୍ଚାଇବା ପରେ ସ୍କୁଲଗୁଡିକରୁ ମତାମତ ନେଇଥାଉ। ପାକଶାଳାରେ ରହିଥିବା ଗୁଣବତ୍ତା ଅଧିକାରୀ ଏହି ମତାମତଗୁଡିକର ସମୀକ୍ଷା କରିଥାନ୍ତି ଏବଂ ଖାଦ୍ୟ ପହଞ୍ଚାଇବା ଓ ଗୁଣାବତ୍ତାରେ ଉନ୍ନତି ଆଣିବା ପାଇଁ ଉପଯୁକ୍ତ ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥାନ୍ତି ବା ତ୍ୱରାନ୍ୱିତ କରିଥାନ୍ତିା ଆମେ ମଧ୍ୟ ମଧ୍ୟାହ୍ନ ଭୋଜନ ପରଷିବା ସମୟରେ ନିୟମିତ ଭାବରେ ଖାଦ୍ୟ ନିରାପତ୍ତା ଓ ପରିଚ୍ଛନ୍ନତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ନିୟମିତ ଭାବରେ ସମସ୍ତ ସ୍କୁଲରେ “କରଣୀୟ” ଏବଂ “ବର୍ଜନୀୟ” ପାମ୍ପଲେଟ୍ ବାଣ୍ଟିଥାଉ।

ଅଡିଓ ଓ ସମୀକ୍ଷା ବ୍ୟବସ୍ଥା ଖାଧ୍ୟ ପ୍ରକ୍ରିୟାଗୁଡିକ ଏବଂ ବ୍ୟବସ୍ଥାଗୁଡିକ ଓ ସେଗୁଡିକର କାର୍ଯ୍ୟଦକ୍ଷତା ତତ୍ୱାବଧାନ କରିବାରେ ଏକ ମୂଖ୍ୟ ଭୂମିକା ଗ୍ରହଣ କରିଥାଏ। ତେଣୁ ଆମ୍ଭେମାନେ ଉତ୍ପାଦନ ପ୍ରକ୍ରିୟା (ଜିଏମପି) ମାସିକ ଅଡିଟ, ଖାଦ୍ୟ ନିରାପତ୍ତା ଏବଂ ଗୁଣବତ୍ତା ଉପରେ ଆକସ୍ମିକ ଅଡିଟ ପରି ଅନେକ ବ୍ୟବସ୍ଥା ଆନୁଷ୍ଠାନିକ ଭାବରେ ଗ୍ରହଣ କରୁଛୁା ମାସିକ ଭାବରେ ଗୁଣବତ୍ତା ମେଟ୍ରିକ ପ୍ରଦର୍ଶନ ସମୀକ୍ଷା କରାଯାଇଥାଏ।  ଆମ୍ଭେମାନେ ଖାଦ୍ୟ ପହଞ୍ଚାଇବା ସମୟରେ ଦୈନନ୍ଦିନ ମତାମତା ସହିତ ଗୁଣବତ୍ତା କର୍ମଚାରୀଙ୍କ ଦ୍ୱାରା ସାମୟିକ ବ୍ୟବଧାନରେ ପୁଙ୍ଖାନୁପୁଙ୍ଖ ଭାବରେ ଗ୍ରାହକ ସନ୍ତୋଷ ସର୍ଭେ କରିଥାଉ। ଏକ ପ୍ରମାଣିକୃତ ପାକାଶାଳାରେ, ଆଇଏସଓ(ISO ) 22,000 ଆଭ୍ୟନ୍ତରୀଣ ଅଡିଓ ବର୍ଷରେ ଦୁଇଥର ଯୋଗ୍ୟତା ପ୍ରାପ୍ତ ଆଭ୍ୟନ୍ତରୀଣ ଅଡିଟରଙ୍କ ଦ୍ୱାରା ଗୁଣବତ୍ତା ଏବଂ ଏଫଏସ ଏମଏସ ମ୍ୟାନେଜରଙ୍କ ଦ୍ୱାରା କରାଯାଇଥାଏ ଏବଂ ଆମର ସାର୍ଟିଫିକେଟସନ ବା ପ୍ରମାଣିକ ବଡି ମଧ୍ୟ ବର୍ଷରେ ଦୁଇଥର ସର୍ଭିଲାନ୍ସ ଅଡିଟ କରିଥାଏ। ଏ ସମସ୍ତ ଯଥାର୍ଥ ଅଡିଟର ତଥ୍ୟ ସମୀକ୍ଷା କରାଯାଇଥାଏ ଏବଂ ଉପଯୁକ୍ତ ସଂଶୋଧନାତ୍ମକ ବା ଉନ୍ନତିକରଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ।  ସମସ୍ତ କାର୍ଯ୍ୟାନୁଷ୍ଠାନର ପ୍ରଭାବଶାଳୀ ପ୍ରୟୋଗ ପର୍ଯ୍ୟନ୍ତ ଅତିରିକ୍ତ ତତ୍ୱାବଧାନ କରାଯାଇଥାଏ।

କ୍ରମାଗତ ଉନ୍ନତିକରଣ ପଦ୍ଧତିଗୁଡିକ

ଆମର ଲକ୍ଷ୍ୟ ହେଉଛି ଆମେ ପ୍ରଦାନ କରୁଥିବା ମଧ୍ୟାହ୍ନ ଭୋଜନର ଗୁଣାତ୍ମକମାନ ବଜାୟ ରଖିବା ଦ୍ୱାରା ଆମ ସେବାର ଉତ୍କର୍ଷତା ବଜାୟ ରଖିବା ଓ ଏଥିରେ ଉନ୍ନତି ଆଣିବା, ତେଣୁ ଏ କ୍ଷେତ୍ରରେ କ୍ରମାଗତ ଉନ୍ନତିର ଆବଶ୍ୟକତା ରହିଛି। ଆମ୍ଭେମାନେ କ୍ରମାଗତ ଭାବରେ ବିଭିନ୍ନ ପ୍ରକ୍ରିୟାର ପ୍ରଦର୍ଶନରେ ଅଗ୍ରଗତି କରିବାକୁ ଚାହୁଁ, ଯାହା ଫଳରେ ପ୍ରତ୍ୟେକ ଉନ୍ନତିକରଣ ଚକ୍ର ପରବର୍ତ୍ତୀ ସ୍ତରର ସଫଳତା ଆଣିଦେବ। ଆମ୍ଭେମାନେ ସାମଗ୍ରିକ ଭାବରେ ଉଦ୍ୟମ କରୁଛୁ ଏବଂ “ଅକ୍ଷୟ ପ୍ରଗତି” ନାମକ ଏକ କାର୍ଯ୍ୟକ୍ରମର  ପରିକଳ୍ପନା କରିଛୁ। ଏହି କାର୍ଯ୍ୟକ୍ରମର ଅଂଶ ଭାବରେ ଆମ୍ଭେମାନେ କାଇଜେନ, ସିଆଇ(CI) ପ୍ରକଳ୍ପଗୁଡିକ ଏବଂ ସିକ୍ସ ସିଗମା ପଦ୍ଧତିଗୁଡିକ ଗ୍ରହଣ କରିବା ସୁନିଶ୍ଚିତକରି ପ୍ରତ୍ୟେକ ସଦସ୍ୟଙ୍କୁ ଏହି ଉଦ୍ୟମର ଏକ ଅଂଶ ଭାବରେ ପରିଣତ କରିବାକୁ ଚାହୁଁଛୁ।

ତାଲିମ ହେଉଛି କ୍ରମାଗତ ଉନ୍ନତିକରଣ କାର୍ଯ୍ୟକ୍ରମର ଏକ ଅବିଚ୍ଛିନ୍ନ ଅଂଶ। ଆର୍ଥିକ ବର୍ଷ 2012-13ରେ 5ଏସ, ଜିଏମପି, ଲିନ ଏବଂ କାଇଜେନ ଏବଂ ଆଏସଓ ISO 22000 ସଚେତନତା ପାଇଁ ସମସ୍ତ ସ୍ଥାନରେ 6000ରୁ ଅଧିକ ଶ୍ରମଘଣ୍ଟା (ମ୍ୟାନ ଆୱାର)ର ତାଲିମ ଦିଆଯାଇଛି। ଗୁଣବତ୍ତା ବିଭାଗର ଲକ୍ଷ୍ୟ ଆର୍ଥିକ ବର୍ଷ 2013-14ରେ ସମାନ ବିଷୟରେ 15,000 ଶ୍ରମଘଣ୍ଟା (ମ୍ୟାନ ଆୱାର)ର ତାଲିମ ପରିଚାଳନା କରିବା।

The Best Way to Make a Difference in the Lives of Others