Akshaya Patra ପ୍ରତିଷ୍ଠାନ କର୍ଣ୍ଣାଟକର ବାଙ୍ଗାଲୋରରେ 5ଟି ସରକାରୀ ବିଦ୍ୟାଳୟର 1,500 ପିଲାଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ ପ୍ରଦାନ କରିବା ସହିତ ଜୁନ୍ 2000 ମସିହାରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଗତ 13 ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ସହାୟତା ଓ ଏହା ସହିତ ଜଡ଼ିତ ଅନୁଷ୍ଠାନଗୁଡିକ ଏହି କାର୍ଯ୍ୟକ୍ରମଗୁଡିକୁ ବିଭିନ୍ନ ଦିଗରେ ଉନ୍ନତି କରିବାରେ ସାହାଯ୍ୟ କରିଛନ୍ତି। ସଂପ୍ରତି, ଏହି ଅନୁଷ୍ଠାନ 10,050 ସରକାରୀ ବିଦ୍ୟାଳୟରେ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ 1.3 ନିୟୁତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଯୋଗାଇ ଆସୁଛି। ଏହି ପ୍ରତିଷ୍ଠାନ ଭାରତର 9ଟି ରାଜ୍ୟରେ 20ଟି ସ୍ଥାନରେ ଏହାର ଉପସ୍ଥିତି ଜାହିର କରିଛି। Akshaya Patra ପ୍ରତିଷ୍ଠାନକୁ ବିଶ୍ୱର ବୃହତ୍ତମ ଏନ୍ଜିଓ-ପରିଚାଳିତ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଭାବରେ ବିଦିତ କରାଯାଇଛି। (ସୌଜନ୍ୟ)
Akshaya Patra ର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପ୍ରଚଳନରେ ଭୂମିକା କେବଳ ସ୍କୁଲ୍ରେ ମଧ୍ୟାହ୍ନ ଭୋଜନ ଯୋଗାଇବାରେ ସୀମିତ ନୁହେଁ। ଏହି ଅନୁଷ୍ଠାନ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ, ଦୁଇଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସହସ୍ରାବ୍ଦ ବିକାଶ ଲକ୍ଷ୍ୟ; କ୍ଷୁଧା ଦୂର କରିବା ଏବଂ ପ୍ରାଥମିକ ଶିକ୍ଷାର ସାର୍ବଜନୀନ ପ୍ରଚଳନ ହାସଲ କରିବାକୁ ଲକ୍ଷ୍ୟ ରଖିଛି।
ଏହି ଦାତବ୍ୟ ଅନୁଷ୍ଠାନ ଏହାର ଲକ୍ଷ୍ୟ “ଭାରତର କୌଣସି ଶିଶୁ କ୍ଷୁଧା କାରଣରୁ ଶିକ୍ଷାରୁ ବଞ୍ଚିତ ହେବା ଅନୁଚିତ୍’’ ଦିଗରେ କାର୍ଯ୍ୟ କରୁଅଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ Akshaya Patra “ଶିକ୍ଷା ପାଇଁ ଅସୀମିତ ଖାଦ୍ୟ’’ ପ୍ରଦାନ କରୁଅଛି। ଏହି ସନ୍ତୁଳିତ ଆହାର ବହୁ ସମୟରେ ସାରା ଦିନ ପାଇଁ ପୋଷକ ତତ୍ତ୍ୱର ଏକମାତ୍ର ଉତ୍ସ ହୋଇଥାଏ। ତେଣୁ, ପ୍ରତ୍ୟେକ ଶିଶୁ ଏହି ଗୋଟିଏ ଆହାର ମାଧ୍ୟମରେ ଲାଭବାନ ହେଉଛନ୍ତି। ଏହାକୁ ସୁନିଶ୍ଚିତ କରିବା ପାଇଁ Akshaya Patra ସ୍ଥାନୀୟ ସ୍ୱାଦ ସହିତ ଆହାରରେ ସୁପୋଷଣକୁ ଦୃଷ୍ଟିରେ ରଖି ଏହା ପ୍ରସ୍ତୁତ କରିଥାଏ। ଉଦାହରଣ ସ୍ୱରୂପ, ଭାରତର ଉତ୍ତରାଞ୍ଚଳର ପାକଶାଳାଗୁଡିକରେ ରୁଟି ପରଷା ଯାଉଥିବା ବେଳେ ଦକ୍ଷିଣାଞ୍ଚଳର ପାକଶାଳାଗୁଡିକରେ ଭାତ ପରଷା ଯାଇଥାଏ।
ଏହି ପ୍ରତିଷ୍ଠାନ ଦୁଇଟି ଭିନ୍ନ ଭିନ୍ନ ପାକଶାଳା ମଡେଲ ମାଧ୍ୟମରେ ଏହାର କାର୍ଯ୍ୟ ପରିଚାଳନା କରିଥାଏ-କେନ୍ଦ୍ରୀଭୂତ ଏବଂ ବିକେନ୍ଦ୍ରୀଭୂତ।
କେନ୍ଦ୍ରୀଭୂତ ପାକଶାଳାଗୁଡିକ ବିଶାଳ କାରଖାନା-ସଦୃଶ ପାକଶାଳା ୟୁନିଟ୍ ହୋଇଥାଏ, ସାଧାରଣତଃ ଏହାର ଦୈନିକ 100,000 ଭୋଜନ ରାନ୍ଧିବାର କ୍ଷମତା ରହିଥାଏ। ପ୍ରତ୍ୟେକ ପାକଶାଳା ଏହି ୟୁନିଟ୍ ଚାରିପଟେ ଅବସ୍ଥିତ କେତେକ ସ୍କୁଲ୍ର ରନ୍ଧନଶାଳା ଭାବରେ କାର୍ଯ୍ୟ କରିଥାଏ। ଏହି ୟୁନିଟ୍ ଗୁଡିକ ଅର୍ଦ୍ଧ-ସ୍ୱୟଂଚାଳିତ ହୋଇଥାଏ ତେଣୁ ରନ୍ଧନ ପ୍ରକ୍ରିୟାରେ ପରିଚ୍ଛନ୍ନତା ସୁନିଶ୍ଚିତ କରିଥାଏ। ଏହି କେନ୍ଦ୍ରୀଭୂତ ପାକଶାଳାଗୁଡିକରେ ବ୍ୟବହୃତ ପ୍ରାଦ୍ୟୋଗିକ କୌଶଳ ଏବଂ ପ୍ରକ୍ରିୟା ଗବେଷଣାର ବିଷୟବସ୍ତୁ ହୋଇ ରହିଛି ଏବଂ ଏହି ପାଠ୍ୟକ୍ରମ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟଗୁଡ଼ିକ ଯେପରିକି ହାଭାର୍ଡ (ସୌଜନ୍ୟ), ଓ ଅନ୍ୟାନ୍ୟ ଠାରେ ମଧ୍ୟରେ ଅଧ୍ୟୟନ କରାଯାଉଛି।
ଅବସ୍ଥିତିଗୁଡିକ ଯେଉଁଠାରେ କଠିନ ଭୌଗୋଳିକ ସ୍ଥାନ ରହିଥାଏ ଏବଂ ଉପଯୁକ୍ତ ରାସ୍ତା ଯୋଗାଯୋଗ ନ ଥାଏ, ଯେଉଁ ଅଞ୍ଚଳରେ ବିଶାଳ ଭିତ୍ତିଭୂମି ନିର୍ମାଣ ପାଇଁ ସହଯୋଗ ମିଳେ ନାହିଁ, ଏକ ବିକେନ୍ଦ୍ରୀଭୂତ ପାକଶାଳା ମଡେଲ୍ ଆଦର୍ଶ ସେଟ୍ଅପ୍ ହୋଇଥାଏ। ଏହି ବିକେନ୍ଦ୍ରୀଭୂତ ପାକଶାଳା ୟୁନିଟ୍ଗୁଡିକ Akshaya Patra ପାକଶାଳା ପ୍ରକ୍ରିୟା ଓ ପରିଚାଳନା ସୂଚୀର ମାର୍ଗଦର୍ଶନ ଓ ତତ୍ତ୍ୱାବଧାନ ଅଧୀନରେ ମହିଳା- ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକ (ଏସ୍ଏଚ୍ଜି) ଦ୍ୱାରା ଚାଲି ଅଛି।
ବିଭିନ୍ନ ସ୍ୱନାମଧନ୍ୟ ଅନୁଷ୍ଠାନ ଦ୍ୱାରା ଶିଶୁ ସ୍ୱାସ୍ଥ୍ୟ ବର୍ଗରେ ପରିଚାଳିତ ସର୍ବେକ୍ଷଣଗୁଡିକ ଅନୁଯାୟୀ, ଆମ ଦେଶର ଜନସଂଖ୍ୟାର 40 ପ୍ରତିଶତଙ୍କର ବୟସ 18 ବର୍ଷରୁ କମ୍। ଏମାନଙ୍କ ମଧ୍ୟରୁ 50 ପ୍ରତିଶତରୁ କମ୍ ସ୍କୁଲ୍କୁ ଯାଆନ୍ତି। ଆର୍ଥିକ ସାମାଜିକ ପରିବେଶ ପିଲାମାନଙ୍କୁ ଓଳିକର ଖାଦ୍ୟ ଯୋଗାଡ଼ କରିବା ପାଇଁ ପାଠପଢ଼ା ଛାଡ଼ି କୌଣସି କାମ କରିବାକୁ ବାଧ୍ୟ କରିଥାଏ। ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ସାର୍ବଜନୀନ ଶିକ୍ଷା ରାଜ୍ୟଗୁଡିକରେ କ୍ଷୁଧା ଏବଂ କୁପୋଷଣ କାରଣରୁ ସଫଳ ହୋଇପାରିନାହିଁ। ଏହି ଦୁଇଟି ବିଷୟ ସ୍କୁଲରେ ଉପସ୍ଥାନକୁ ହ୍ରାସ କରିଛି, ଶିକ୍ଷାକ୍ଷେତ୍ରରେ ପ୍ରଦର୍ଶନକୁ ବାଧିତ କରିଛି ଏବଂ ପିଲା ସ୍କୁଲ୍ ଛାଡ଼ିବାର ହାର ବିଶେଷ କରି ଝିଅମାନେ ସ୍କୁଲ୍ ଛାଡ଼ିବାର ଅନ୍ୟତମ କାରଣ ହୋଇଛି। ଏହି ପରିପ୍ରେକ୍ଷୀରେ, ଶିଶୁଶିକ୍ଷା କ୍ଷେତ୍ରରେ ଏନ୍ଜିଓଗୁଡିକର ଭୂମିକା ବ୍ୟତୀତ ମଧ୍ୟାହ୍ନ ଭୋଜନ ଯୋଜନା ପିଲାମାନଙ୍କୁ ସ୍କୁଲ୍କୁ ଆଣିବା ପାଇଁ ଏକ ମୁଖ୍ୟ ଆକର୍ଷଣ ଭାବରେ କାର୍ଯ୍ୟ କରିଛି। ଏହା ସେମାନଙ୍କୁ କାମ କରିବାରୁ ନିବୃତ୍ତ କରେ ଏବଂ ତାହା ପରିବର୍ତ୍ତେ ପାଠ ପଢ଼ିବାକୁ ଓ ଶିକ୍ଷିତ ହେବାକୁ ଉତ୍ସାହିତ କରେ। ଏହିପରି ଭାବରେ ଏହି କାର୍ଯ୍ୟକ୍ରମ ପ୍ରାଥମିକ ଶିକ୍ଷାର ଜଗତିକରଣରେ ମଧ୍ୟ ସହାୟକ ହେଉଛି।
ଯେତେବେଳେ ଗୁଣାତ୍ମକ ମାନର କଥା ଆସେ ଆମେ Akshaya Patra ପ୍ରତିଷ୍ଠାନରେ କୌଣସି ସାଲିସ୍ କରୁନା। ପରିଷ୍କାର ପରିଚ୍ଛନ୍ନତାକୁ Akshaya Patra ର ପ୍ରତ୍ୟେକ ପାକଶାଳାରେ, ଏହା କେନ୍ଦ୍ରୀଭୂତ ହେଉ ବା ବିକେନ୍ଦ୍ରୀଭୂତ ଅବସ୍ଥାରେ, ହେଉ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏହାର କାର୍ଯ୍ୟ ହେଉଛି ଏକ ଦାତବ୍ୟ ଅନୁଷ୍ଠାନର କାର୍ଯ୍ୟ ଯାହାକି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ଜାତୀୟ ତତ୍ତ୍ୱାବଧାନ ଏବଂ ମାର୍ଗଦର୍ଶନ କମିଟି (NSMC) ଦ୍ୱାରା ସ୍ୱୀକୃତି ଲାଭ କରିଛି।
ଏହି ସାର୍ବଜନୀନ-ଘରୋଇ- ସହଭାଗିତା ବ୍ୟାପକ ଭାବରେ ପ୍ରଶଂସା ଲାଭ କରିଛି ଏବଂ ଏହାକୁ ଏକ ଆଦର୍ଶ ସହଭାଗିତା ଭାବରେ ବିଚାର କରାଯାଉଛି। ଏହି ପ୍ରତିଷ୍ଠାନ ମଧ୍ୟ ବିଶ୍ୱ ସ୍ତରରେ ପରିଚିତି ଲାଭ କରିଛି ଏବଂ ଦି ଗ୍ଲୋବାଲ୍ ଜର୍ଣ୍ଣାଲ୍ ଦ୍ୱାରା ବିଶ୍ୱର 100ଟି ଶ୍ରେଷ୍ଠ ଏନ୍ଜିଓ ମଧ୍ୟରେ 23ତମ ସ୍ଥାନ ହାସଲ କରିଛି।