Akshaya Patra ପ୍ରତିଷ୍ଠାନର ଇତିହାସ
ଏହି ପ୍ରତିଷ୍ଠାନର ଇତିହାସ ଏକ ଆଗ୍ରହର କାହାଣୀରୁ ଆରମ୍ଭ ହୋଇଛି-
ମାୟାପୁର, କୋଲକାତା ନିକଟରେ ଥିବା ଏକ ଗାଁରେ ଦିନେ ଝରକା ବାହାରକୁ ଚାହିଁ ରହିଥିଲେ, ମହାନ ସାଧୁ ଏ.ସି ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ, ସେ ଦେଖିଲେ ଦଳେ ପିଲା ଅଳିଆରେ ପଡିଥିବା ଖାଦ୍ୟ ଖାଇବା ପାଇଁ ଗଳିରେ ବୁଲୁଥିବା କୁକୁରମାନଙ୍କ ସହିତ ଲଢ଼େଇ କରୁଛନ୍ତି। ଏହି ସରଳ କିନ୍ତୁ ହୃଦୟବିଦାରକ ଘଟଣା, ତାଙ୍କ ଭିତରେ ଏକ ଦୃଢ଼ ସଂକଳ୍ପ ସୃଷ୍ଟି କଲା: ଆମ କେନ୍ଦ୍ରଠାରୁ ଦଶ ମାଇଲ ବ୍ୟାସାର୍ଦ୍ଧ ମଧ୍ୟରେ କୌଣସି ଶିଶୁ ଭୋକିଲା ରହିବେ ନାହିଁ।
ତାଙ୍କ ଭିତରେ ଯେଉଁ ପ୍ରେରଣ ସୃଷ୍ଟି ହେଲା ତାହା ଆମେ ଆଜି ଦେଖୁଥିବା ଏହି Akshaya Patra ପ୍ରତିଷ୍ଠାନ ସୃଷ୍ଟି କରିବାରେ ସହାୟକ ହେଲା।
ଜୁନ୍ 2000 ମସିହାରେ ଏହି Akshaya Patra ପ୍ରତିଷ୍ଠାନ ବାଙ୍ଗାଲୋର ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ଆରମ୍ଭ କଲା। ପ୍ରଥମେ ପ୍ରଥମେ ଏହାର ପ୍ରୟୋଗ କରିବା ଅନୁଷ୍ଠାନ ପାଇଁ ସହଜ ନଥିଲା, କିନ୍ତୁ ଖୁବ ଶୀଘ୍ର ସହାୟତାର ହାତ ବଢ଼ାଇଲେ ମୋହନଦାସ ପାଇ, ଯେ କି ସ୍କୁଲକୁ ଖାଦ୍ୟ ନେବା ଆଣିବା କରିବା ପାଇଁ ପ୍ରଥମ ଗାଡି ପ୍ରଦାନ କଲେ ଏବଂ ଅଭୟ ଜୈନ, ଯେ କି ଅଧିକ ଦାତାଙ୍କୁ ଏହି କାର୍ଯ୍ୟକ୍ରମକୁ ଆହୁରି ବଢ଼ାଇବା ପାଇଁ ଅନୁଦାନ ଆଣିଦେବାକୁ ପ୍ରତିଶ୍ରୁତି ଦେଲେ।
ଏହି ମହତ ଆଂକାକ୍ଷାକୁ କାର୍ଯ୍ୟକାରୀ କରିବା ପାଇଁ, ଏହି ପ୍ରୋଗ୍ରାମର ଲକ୍ଷ୍ୟ ହେଲା- “ଭୋକ କାରଣରୁ ଭାରତର କୌଣସି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ”
ଏହି ସରଳ ଉଦ୍ୟମ ବାଙ୍ଗାଲୋରରେ ପାଞ୍ଚଟି ସରକାରୀ ବିଦ୍ୟାଳୟରେ 1500 ଶିଶୁଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରିବା ସହିତ ଆରମ୍ଭ ହୋଇଥିଲା।
ଆଜି, ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ସହଭାଗିତାରେ, ବହୁ ଦାତବ୍ୟ ବ୍ୟକ୍ତିଙ୍କର ଉଦାରତା ସାହାଯ୍ୟରେ; ଏହି ଅନୁଷ୍ଠାନ ବିଶ୍ବର ବୃହତ୍ତମ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପରିଚାଳନା କରୁଅଛି। ସାଧାରଣ-ଘରୋଇ ସହଭାଗିତାରେ ନିର୍ମିତ, Akshaya Patra ସୁପରିଚାଳନା, ଅଭିନବ ପ୍ରାଦ୍ୟୋଗିକ କୌଶଳ ଏବଂ ସ୍ମାର୍ଟ ଇଞ୍ଜିନିୟରିଂର ସମ୍ମେଳନରେ ପୋଷକ ତତ୍ତ୍ବଯୁକ୍ତ ଏବଂ ସ୍ୱାସ୍ଥ୍ୟକର ମଧ୍ୟାହ୍ନ ଭୋଜନ ବିଦ୍ୟାଳୟରେ ଯୋଗାଇ ଦେଇଆସୁଛି।
ଏହି ଅନୁଷ୍ଠାନ ତାଜା ଭାବରେ ରନ୍ଧା ଯାଇଥିବା ଖାଦ୍ୟ, ସୁସ୍ଥ ଆହାର ଦୈନିକ 1.6 ନିୟୁତ ଗରୀବ ପିଲାମାନଙ୍କୁ ଭାରତର 12ଟି ରାଜ୍ୟରେ 33ଟି ଭିନ୍ନ ଭିନ୍ନ ସ୍ଥାନରେ 13,839 ସରକାରୀ ବିଦ୍ୟାଳୟରେ ବିତରଣ କରୁଅଛି।
The Akshaya Patra Foundation © 2017 Website Designed & Maintenance By Creative Yogi